ବିଜେପି ନେତାଙ୍କ ଘରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ

କୋଲକାତା: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଗିରଫଦାରୀ ବିରୋଧରେ ଗତକାଲି ରାତିରେ ପଶ୍ଚିମ ବଙ୍ଗର ବିଜେପି ନେତା କ୍ରିଷ୍ଣା ଭଟ୍ଟାଚାର୍ଯ୍ୟଙ୍କ ଘର ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ୍ ଏକ ମାମଲା ରୁଜୁ କରିଛି।

ସୁଦୀପଙ୍କ ଗିରଫଦାରୀକୁ ନେଇ ଗତାକାଲି ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ବିଜେପି ଓ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କୋଲକାତା ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଟିଏମ୍‌ସି କର୍ମୀମାନେ ପଥର ଫିଙ୍ଗି ଥିଲେ। ଏଥିରେ ଅନେକ ବିଜେପି କର୍ମୀ ଆହତ ହୋଇଥିଲେ।

ସୁଦୀପଙ୍କୁ ସିବିଆଇ ଗିରଫ କରିବା ପରେ ଭୁବନେଶ୍ୱର ନେଇଯାଇଛି।