ବିଭାଜନ ରାଜନୀତିରେ ବିଶ୍ୱାସ କରେନି କି ସାମ୍ପ୍ରଦୟିକ ଭାଷା କହିବିନି: ମୋଦି

ନୂଆଦିଲ୍ଲୀ: ମୁଁ ଏପରି ରାଜନୀତି ଉପରେ ବିଶ୍ୱାସ କରେନି ଯାହା ଲୋକଙ୍କୁ ଧର୍ମ ଆଧାରରେ ବାଣ୍ଟିଥାଏ ଓ ଜୀବନରେ କେବେ ବି ସାମ୍ପ୍ରଦାୟିକ ଭାଷା କହିବି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶବ-ଏ-ବାରାତ ଅବସରରେ ତାଙ୍କୁ ଭେଟିବାକୁ ଆସିଥିବା ମୁସଲିମ ସମୁଦାୟଙ୍କ ସହ କଥାବାର୍ତ୍ତାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି, ରୋଜଗାର ଓ ବିକାଶ ସବୁ ସମସ୍ୟାର ସାମାଧାନର ବାଟ ଓ ଏହା ଉପରେ ତାଙ୍କର ଧ୍ୟାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୩୦ ଜଣିଆ ମୁସଲିମ ପ୍ରତିନିଧି ଦଳ ଶବ-ଏ-ବାରାତରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳି ମୁସଲିମ ସମ୍ପ୍ରଦାୟ ଭୋଟବ୍ୟାଙ୍କ ରାଜନୀତିକୁ ପ୍ରତ୍ୟାଖାନ କରିଦେଇଛନ୍ତି ଓ ଏବେ ବିକାଶ ଉପରେ ବିଶ୍ୱାସ ରଖିଛନ୍ତି ବୋଲି କହିଥିଲେ ।