ବିହାରରେ ଘୁର୍ଣ୍ଣିଝଡ଼: ୩୨ ମୃତ, ୮୦ ଆହତ

ପାଟନା:ବିହାରର ପୁର୍ନିଆ ଓମାଧେପୁର ସମେତ ତିନୋଟି ଜିଲ୍ଲାରେ ମଙ୍ଗଳବାର ରାତିରେ ଘୂର୍ଣ୍ଣିଝଡ଼ ଯୋଗୁ  ୩୨ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୮୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି। ବିହାରର ବିପର୍ଯ୍ୟୟ ପରିଚାଳନାର ପ୍ରମୁଖ ସଚିବ ବୁଧବାର ଏହି ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଏଥିରେ ୧୦,୦୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ଶହ ଶହ ବିଦୁ୍ୟତ ଖୁଣ୍ଟି ଭାଙ୍ଗି ପଡ଼ିଥିବା ଯୋଗୁ ବିଜୁଳେ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଅନେକ ମୋବାଇଲ ଟାୱାର ଭାଙ୍ଗି ଯାଇଛି । ତେଣୁ ମୋବାଲ୍ ନେଟୱର୍କ ବି ଅଚଳ ହୋଇପଡ଼ିଛି। ମୃତବ୍ୟକ୍ତିମାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ତିନୋଟି ଯାକ ଜିଲ୍ଲାରେ ରିଲଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ବୁଲି ଦେଖିବେ ବୋଲି ମଧ୍ୟ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।