ବୁଡୁଥିବା ଜାହାଜରୁ ୧୪ ଜଣଙ୍କୁ ଉଦ୍ଧାର କଲା ନୌସେନା

ନୂଆଦିଲ୍ଲୀ: ମୁମ୍ବାଇ ଉପକୂଳ ନିକଟରେ ବୁଧବାର ସକାଳେ ବୁଡିଯାଉଥିବା ଏକ ବ୍ୟବସାୟୀକ ଜାହାଜରୁ ଭାରତୀୟ ନୌସେନା ୧୪ଜଣଙ୍କୁ ଉଦ୍ଧାର କରିଛି । ଜାହାଜରେ କିଛି ତ୍ରୁଟି ଯୋଗୁ ଏହା ଡୁବୁଥିବା ଜଣାପଡିଛି। ଏହି ବୁଡୁଥିବା ଜାହାଜରେ ଫସି ରହିଥିବା କର୍ମଚାରୀମାନଙ୍କୁ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ନୈସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ବୁଧବାର ସକାଳୁ ଭେସେଲ ଏମଭି କୋଷ୍ଟାଲ ପ୍ରାଇଡର ଜାହାଜ ବୁଡୁଥିବାର ପ୍ରାଥମିକ ସୂଚନା ମିଳିଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନା ପକ୍ଷରୁ ଗୋଟିଏ ଏସକେଜି ଓ ଦୁଇଟି ଚେତକ୍ ହେଲିକପ୍ଟରକୁ ପଠାଯାଇଥିଲା । ଏଥିରେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଉମରଗାଁକୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏହି ଜାହାଜଟି ଉତ୍ତର ମୁମ୍ବାଇର ୭୫ କିଲୋମିଟର ଦୂରରେ ଡୁବୁଥିବା ଜଣାପଡିଛି।