ବ୍ରାଉନ୍‌ସୁଗାର ଜବତ କରି ଘରକୁ ନେଇ ଯାଇଥିଲେ ଅଧିକାରୀ

କୋହିମା: ନାଗାଲ୍ୟାଣ୍ଡରେ ୬.୯ କେଜି ଓଜନର ବ୍ରାଉନ୍‌ସୁଗାର ଜବତ କରିବା ପରେ ଘରକୁ ନେଇଯାଇଥିବା ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଗିରଫ ହୋଇଛନ୍ତି। ରିଚାର୍ଡ ୟିମ୍‌ଟୋ ନାମକ ଏହି ଆଇପିଏସ୍‌ ଅଧିକାରୀ ସିଆଇଡିରେ ଆଜିପି ଭାବେ କାର୍ଯ୍ୟରତ ଥିଲେ ଏବଂ ବତ୍ତମାନ ତାଙ୍କୁ ନିଲମ୍ବନ କରାଯାଇଛି।

ଦୁଇ ଜଣ ଏକ କାର୍‌ରେ ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ଖବର ପାଇବା ପରେ ହୋଇଥିବା ଚଢ଼ଉରେ ଏସବୁ ଜବତ ହୋଇଥିଲା। କିନ୍ତୁ ପରେ କିଛି ଅଧିକାରୀଙ୍କ ସଲାସୁତୁରାରେ ଏହି ବ୍ୟକ୍ତିମାନଙ୍କୁ ଛାଡ଼ିଦିଆଯାଇଥିଲା ଏବଂ ବ୍ରାଉନ୍‌ ସୁଗାର ଗାୟବ୍‌ ହୋଇଯାଇଥିଲା।

ପରେ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ ଆରମ୍ଭ କରି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯିବାରୁ, ରିଚାର୍ଡ ଏଭଳି ବ୍ରାଉନ୍‌ସୁଗାର ଜବତ କରି ଘରକୁ ନେଇଯାଇଥିବାର ଦୁଇ ମାସ ପରେ ଏହି ବିଷୟରେ ସୂଚନା ଦେଇଥିଲେ। ଏହା ପରେ ତାଙ୍କ ଘରୁ ଏହି ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା।