ଭିନଜୁଆଲା ଜେଲରେ ନିଆଁ ଲାଗି ୧୭ ମୃତ, ୧୧ଆହାତ

କାରକାସ: ଭିନଜୁଆଲାରେ ଗତକାଲି  ମଧ୍ୟ ରାତ୍ରିର ଜେଲ ପରିସରରେ ନିଆଁ ଲାଗି  ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ  ୮ଜଣ ମହିଳା ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଜେଲ ଭିତରେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ଏହାର ତଦନ୍ତ କରାଯାଉଛି। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଆହତମାନଙ୍କୁ ଭାଲେନସିଆ ହସ୍ପପିଟାଲରେ ଭର୍ତ୍ତି କରାଯାଇଛି।