ଲୋକସଭାରେ ଜିଏସ୍‌ଟି ସହାୟକ ବିଲ୍‌ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜିଏସ୍‌ଟିର ସହାୟକ ବିଲ୍‌ ଉପରେ ଆଜି ଆଲୋଚନା ହେବ। ଆଲୋଚନା ପାଇଁ ବାଚସ୍ପତି ସୁମିତ୍ରା ମହାଜନ ୭ ଘଣ୍ଟା ସମୟ ଦେଇଛନ୍ତି। ୪ଟି ସହାୟକ ବିଲ୍‌ ଉପରେ ଆଲୋଚନା ହେବ।

ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସ୍‌ଟି ସହାୟକ ବିଲ୍‌ ଆଗତ କରିଥିଲେ। ଜିଏସ୍‌ଟି ବିଲ୍‌ ଲାଗୁ କରିବା ପାଇଁ ଏହି ସହାୟକ ବିଧେୟ ଗୁଡିକ ଅନେକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଂସଦର ବଜେଟ୍‌ ଅଧିବେଶନରେ ଏହା ପାରିତ କରାଯିବାର ଆବଶ୍ୟକତା ରହିଛି।

ପୂର୍ବରୁ ସେଣ୍ଟ୍ରାଲ ଜିଏସ୍‌ଟି, ଇଣ୍ଟିଗ୍ରେଟେଡ ଜିଏସ୍‌ଟି, ୟୁନିୟନ ଟେରିଟୋରୀ ଜିଏସ୍‌ଟି ଓ କମ୍ପେନସେସନ୍‌ ଲ’କୁ କ୍ୟାବିନେଟ୍‌ ଅନୁମୋଦନ ପରେ ଲୋକସଭାରେ ଆଗତ କରାଯାଇଥିଲା।

ଜୁଲାଇ ପହିଲାରୁ ଜିଏସ୍‌ଟି ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।