ସିରିଆ: ମୋର୍ଟାର ଓ ରକେଟ ମାଡରେ ୧୦ ମୃତ, ୫୦ ଆହତ

ଡାମାସ୍କସ୍: ଦିନକୁ ଦିନ ତୀବ୍ର ରୂପ ନେଉଛି ସିରିଆରେ ଗୃହଯୁଦ୍ଧ । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀ (ସିରିଆ ବିଦ୍ରୋହୀ)ଙ୍କ ମଧ୍ୟରେ ପ୍ରତିଦିନ ଗୁଳିଗୁଳା ବିନିମୟ ହୋଇ ବହୁ ଧନଜୀବନ ହାନୀ ହେଉଛି । ବୁଧବାର ସିରିଆ ବିଦ୍ରୋହୀ ଗୋଷ୍ଠୀ ଡାମାସ୍କସ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ରକେଟ ଓ ମୋର୍ଟାର ମାଡ କରିବାରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ସ୍ଥାନୀୟ ଏକ ଟିଭି ଚ୍ୟାନେଲର ରିପୋର୍ଟ ମୁତାବକ ସିରିଆର ଡୁମା ସହରରେ ବୋମା ବିସ୍ଫୋରଣ ଘଟିଛି । ଏଥିରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଗୁରୁତର ହୋଇଛନ୍ତି।