ସ୍ୱର୍ଣ୍ଣମନ୍ଦିରରେ କ୍ଷମା ମାଗିଲେ କେଜ୍ରିୱାଲ

ଅମୃତସର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସକାଳେ ସ୍ୱର୍ଣ୍ଣ ମନ୍ଦିର ଯାଇ ବାବା ସାହିବଙ୍କ ଦରବାରରେ ଅଜାଣତରେ କରିଥିବା ଭୁଲ୍ ପାଇଁ କ୍ଷମା ମାଗିଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ମନ୍ଦିର ପରିସରରେ ରହିଥିଲେ। ସେଥିମଧ୍ୟରୁ ଅଧା ଘଣ୍ଟା ସେ କର ସେବା କରିଥିଲେ। ସେ ବାସନ ଧୋଇଥିଲେ। ସେ ମନ୍ଦିର ପରିକ୍ରମା କରିଥିଲେ ଓ କୀର୍ତ୍ତନ ଶୁଣିଥିଲେ। ଏ ସବୁ କରି ତାଙ୍କୁ ମାନସିକ ଶାନ୍ତି ମିଳିଲା ବୋଲି କେଜ୍ରିୱାଲ୍ କହିଛନ୍ତି।

କେଜ୍ରିୱାଲଙ୍କ ସହିତ ଆପ୍ ନେତା ଆଶିଷ ଖେତ୍ରୀ ବି ଉପସ୍ଥିତ ଥିଲେ। ସେ ବି କର ସେବା କରିଥିଲେ।