ତୁଷାର ଝଡ଼ରେ ଜଣେ ଯବାନ୍‌ ମୃତ, ୪ ନିଖୋଜ

ଶ୍ରୀନଗର: କାଶ୍ମୀରର ଗାନ୍ଦରବଲ୍‌ ଜିଲ୍ଲାର ସୋନମାର୍ଗ ଅଞ୍ଚଳରେ ତୁଷାର ଝଡ଼ ଯୋଗୁଁ ସେନାରର ଏକ ଶିବିର କ୍ଷତିଗ୍ରସ୍ତ ହୋଇଛି। ଏହି ତୁଷାର ଝଡ଼ରେ ଜଣେ ଯବାନ୍‌ଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ୍‌ ନିଖୋଜ ଥିବାର ଖବର ରହିଛି। ତୁଷାର ଝଡ଼ କାରଣରୁ କାଶ୍ମୀରରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାର ପ୍ରଭାବରେ ବାହାର ଦୁନିଆ ସହ ସଡ଼କ, ରେଳ ଓ ଆକାଶ ପଥର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।

ଅନ୍ୟପକ୍ଷେ ଏହି ତୁଷାରଝଡ଼ କାରଣରୁ କୁପୱାଡ଼ା ଜିଲ୍ଲାରେ ଥିବା ତୁଲେଲରେ ୪ ସାଧାରଣ ଲୋକ ବରଫ ପାହାଡ଼ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିବାର ଖବର ରହିଛି। ଖବର ଅନୁଯାୟୀ ବରଫ ତଳେ ଚାପି ହୋଇଥିବା ଏହି ୫ଜଣ ଗୋଟିଏ ପରିବାରର। ପୂରା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଲାଗି ରହିଛି। ଏହି ତୁଷାରଝଡ଼ ଆସିବା ନେଇ ପୂର୍ବରୁ ସୂଚନା ଦିଆଯାଥିଲା।