ନିଆଁରେ ଜଳି ୧୦ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡରେ ୧୦ ଜଣ ଦଗ୍ଦ ହୋଇଗଲେ। ଉତ୍ତର ଦିଲ୍ଲୀର ବଓ୍ଵାନାସ୍ଥିତ ଏକ ପ୍ଲାଷ୍ଟିକ ଫାର୍ମରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ଜଣ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।  ଉକ୍ତ ପ୍ଲାଷ୍ଟିକ୍‌ ଫାର୍ମରେ ଅଚାନକ୍‌ ଆକଷ୍ମିକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଖବର ପାଇ ଘଟଣାସ୍ଥଳରେ ୧୦ଟି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ସମସ୍ତ ମୃତକଙ୍କ ଶବ ଉଦ୍ଧାର କରାଯାଇଛି। ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।