ବଜ୍ରପାତ ନେଇଗଲା ୧୦ ଜୀବନ

କୋଲକତା: ବଜ୍ରପାତରେ ଚାଲିଗଲା ୧୦ ଜୀବନ। ଆଜି ପଶ୍ଚିମବଙ୍ଗରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ବାଙ୍କୁରା ଜିଲ୍ଲାରେ ୪ ଜଣ, ହୁଗୁଳି ଜିଲ୍ଲାରେ ଜଣେ ଏବଂ ପଶ୍ଚିମ ମେଦିନପୁର , ବୀରଭୁମ ଏବଂ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଜଣେ ଲେଖାଁଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୌସୁମୀ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଏବଂ ମିଜୋରାମରେ ମୁଷଳଧାରାରେ ବର୍ଷା ହୋଇଥିଲା। ସେହିପରି ଲୁଙ୍ଗଲେଇ ଏବଂ ମିଜୋରାମର ଆଇଜଲ ଜିଲ୍ଲାରେ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏସବୁ ଅଞ୍ଚଳରେ ଆସନ୍ତାକାଲି ପାଇଁ ସ୍କୁଲ କଲେଜ ବନ୍ଦ କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍‌ ୧୫ରୁ ବର୍ଷାର ମାତ୍ରା ଆହୁରି ବଢିବ।