ଏକାଥରକେ ୧୦୪ଟି ଉପଗ୍ରହ ପଠାଇ ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟ୍ଟା: ପୁଣି ଏକ ଇତିହାସ ରଚିଲା ଇସ୍ରୋ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇତ୍ସୋ ଆଜି ସକାଳ ୯ଟା ୨୮ ମିନିଟ୍‌ରେ ମହାକାଶକୁ ଏକାବେଳେ ୧୦୪ଟି ଉପଗ୍ରହ ପ୍ରେରଣ କରିଛି। ଏଥିରେ କାର୍ଟୋସାଟ୍ ଟୁ ସିରିଜ୍‌ ସମେତ ୩ଟି ଭାରତୀୟ ଓ ୧୦୧ଟି ବିଦେଶୀ ଉପଗ୍ରହ ରହିଛି। ଇତ୍ସାଏଲ, କାଜାକାସ୍ତାନ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ ଓ ଅନ୍ୟ କିଛି ରାଷ୍ଟ୍ରଙ୍କ ନାନୋ ଅର୍ଥାତ୍ କ୍ଷୁଦ୍ର ସାଟେଲାଇଟକୁ ଇତ୍ସୋ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାବନ ଉଦ୍‌କ୍ଷେପଣ କେନ୍ଦ୍ରରୁ ମହାକାଶକୁ ପଠାଯାଇଛି। ପିଏସଏଲଭି-୩୭ ରକେଟ୍‌ ସହାୟତାରେ ଏହି ଉଦକ୍ଷେପଣ କରାଯାଇଛି।

ପୂର୍ବରୁ ଅନ୍ୟ କୌଣସି ଦେଶ ଗୋଟିଏ ମିଶନରେ ଏତେ ସଂଖ୍ୟକ ଉପଗ୍ରହ ମହାକାଶକୁ ପଠାଇ ନାହିଁ। ଗୋଟିଏ ଫ୍ଲାଇଟ୍‌ରେ ସର୍ବାଧିକ ୩୭ଟି ଉପଗ୍ରହ ପଠାଇବାର ରେକର୍ଡ ଋଷିଆ ନାଁରେ ରହିଥିଲା। ଇତ୍ସୋ ଗତବର୍ଷ ଏକାଥରେ ୨୦ଟି ଉପଗ୍ରହ ମହାକାଶକୁ ପଠାଇ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।