ଗୋଟିଏ ଘରୁ ୧୧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଏଠାରେ ଗୋଟିଏ ଘରୁ ୧୧ଟି ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ୭ଟି ମହିଳାଙ୍କର ଓ ୪ଟି ପୁରୁଷଙ୍କର। ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଗୋଟିଏ ମୃତଦେହ ତଳେ ପଡ଼ିଥିଲା।

buraribody
ଘଟଣା ସଂପର୍କରେ ଜଣାପଡ଼ିବା ପରେ ଉକ୍ତ ଘର ପାଖରେ ଲୋକଙ୍କ ଭିଡ଼ ଜମି ଥିଲା

ଗୋଟିଏ ଘରୁ ଏତେ ସଂଖ୍ୟାରେ ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରି ଦେଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଉଛି। ଏମାନେ ସମସ୍ତେ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି। ତେବେ ତଦନ୍ତ ପରେ ଯାଇ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ପୋଲିସ୍ ଅଧିକାରୀ କହିଛନ୍ତି। ପୋଲିସ୍ ପଡ଼ୋଶୀମାନଙ୍କୁ ସେମାନଙ୍କ ସଂପର୍କରେ ପଚରାଉଚରା କରୁଛି। ମୃତକମାନେ ଫର୍ଣ୍ଣିଚର କାମ କରୁଥିଲେ। ଦିଲ୍ଲୀରେ ସେମାନଙ୍କର ଏକ ଫର୍ଣ୍ଣିଚର ଦୋକାନ ବି ଅଛି ବୋଲି ଜଣାପଡ଼ିଛି।