୧୧୭ କୋଟି ଟଙ୍କାର ମାଲିକାଣୀ ଜୟଲଳିତା

ଚେନ୍ନାଇ:ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୭.୧୩ କୋଟି ଟଙ୍କା ବୋଲି ଦର୍ଶାଇଛନ୍ତି । ସେଥିମଧ୍ୟରୁ ୪୫.୦୪ କୋଟି ଟଙ୍କା ଅସ୍ଥାୟୀ ଓ ୭୨.୦୯ କୋଟି ଟଙ୍କା ସ୍ଥାୟୀ ସମ୍ପତ୍ତି ରହିଛି। ଏନେଇ ସେ ଆରକେନଗର ଉପ ନିର୍ବାଚନ ପାଇଁ କରିଥିବା ନାମାଙ୍କନପତ୍ର ଦଖଲ ଅବସରରେ ଉଲ୍ଲେଖ କରିଛନ୍ତି ।
୨୦୦୬ ନିର୍ବାଚନରେ ନାମାଙ୍କନପତ୍ର ଦାଖଲ ବେଳେ ସେ ତାଙ୍କର ସତ୍ୟପାଠରେ ୨୪.୭ କୋଟି ଟଙ୍କାର ସମ୍ପତ୍ତି ଥିଲା ବୋଲି ଦର୍ଶାଇଥିଲେ । ତେବେ ୨୦୧୧ରେ ଏହି ସମ୍ପତ୍ତି ବଢି ୫୧.୪୦ କୋଟି ଟଙ୍କା ହୋଇଯାଇଥିଲା। ୨୦୧୩-୨୦୧୪ ଆର୍ଥିକବର୍ଷରେ ଟିକସ ଦାଖଲ ବେଳେ ତାଙ୍କ ସମ୍ପତ୍ତି ୩୩.୩୨ ଲକ୍ଷ ଥିଲା ବୋଲି ଜଣାପଡିଥିଲା।