ଇଣ୍ଡୋନେସିଆ: କାରାଓକେ ବାରରେ ନିଆଁ, ୧୨ ମୃତ

ମାନାଡୋ: ଇଣ୍ଡୋନେସିଆର ସୁଲାୱେସୀ ଦ୍ୱୀପର ଥିବା କାରାଓକେ ବାରରେ ନିଆଁ ଲାଗି ୧୨ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁଲାୱେସୀର ରାଜଧାନୀରେ ଥିବା ମାନାଡୋ ତିନି ମହଲା ବିଶିଷ୍ଟ କୋଠାରେ ଥିବା ଇନହୁଲ ଭିଜିତାରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।