ଇଣ୍ଡୋନେସିଆରେ ଭୂସ୍ଖଳନ, ୧୨ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆ ରିସୋର୍ଟ ଆଇଲାଣ୍ଡ ଭୂସ୍ଖଳନରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଛି।

ଗତକାଲି ଇଣ୍ଡୋନେସିଆରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଆଜି ଆୱାନ ଓ ସୁଖୱାନରେ ଭୂସ୍ଖଳନ ହୋଇଥିଲା।