ବାଂଲାଦେଶ: ସଡ଼କ ଦୁର୍ଘଟଣାରେ ୧୨ ମୃତ, ୫୦ ଆହତ

ଢାକା: ବାଂଲାଦେଶର ରଙ୍ଗପୁର ଜିଲ୍ଲାରେ ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୧୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଆଜି ଦିନ ପ୍ରାୟ ୧୧ଟାରେ ତାରାଗଞ୍ଜ ନିକଟ ରଙ୍ଗପୁର-ଦିନାଜପୁର ଜାତୀୟ ରାଜପଥରେ ଘଟିଥିଲା।

ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି। ବହୁ ଯାତ୍ରୀ ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶାଙ୍କା କରାଯାଉଛି।