ମହାଭାରତ ମହା ଲଢେଇରେ ଜୀବିତ ଥିଲେ ୧୨ ଜଣ, ଜାଣନ୍ତୁ ସେମାନେ କିଏ କିଏ ?

ମହାଭାରରତ। ଏହା ଥିଲା ଧର୍ମ ଏବଂ ସତ୍ୟର ଲଢେଇ। ଗୋଟିଏ ପଟେ ପାଣ୍ଡବ ଥିଲା ବେଳେ ଅନ୍ୟପଟେ ଥିଲେ କୁରୁବଂଶ। ଯୁଦ୍ଧ ଆରମ୍ଭରୁ ପ୍ରଭୁ ଶ୍ରୀ କୃଷ୍ନ ନ୍ୟାୟ ସୂରୁପ ଗୋଟିଏ ପଟେ ନାରାୟଣୀ ସେନାଙ୍କୁ ରଖିଥିବା ବେଳେ ଅନ୍ୟପଟେ ସେ ନିଜେ ଥିଲେ। ଏଥିରେ କିଏ କେଉଁ ପକ୍ଷ ନେବାକୁ ଚାହେଁ ବୋଲି ଶ୍ରୀକୃଷ୍ନ ପଚାରିବାରୁ କୁରୁ ବଂଶ ପକ୍ଷରୁ ନାରାୟଣୀ ସେନା ଚାହିଁଥିବା ବେଳେ ପାଣ୍ଡବମାନେ ଶ୍ରୀକୃଷ୍ନଙ୍କୁ ହିଁ ପସନ୍ଦ କରିଥିଲେ । ଆଉ ପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବଙ୍କ ପକ୍ଷରେ ଅର୍ଜୁନଙ୍କ ରଥରେ ସାରଥୀ ସାଜି ଯୁଦ୍ଧ ପରିଚାଳନା କରିଥିଲେ। ଯୁଦ୍ଧର ପରିଣାମ ସୂରୁପ ଶେଷରେ ପାଣ୍ଡବମାନେ ହିଁ ବିଜୟ ଲାଭ କରିଥିଲେ । କୌରବଙ୍କ ଅନ୍ୟାୟ, ଅତ୍ୟାଚାର ଓ  ଅଧର୍ମ ଉପରେ ଏହି ବିଜୟପ୍ରାପ୍ତ ହୋଇଥିଲା।  ଉଭୟଙ୍କ ପକ୍ଷରୁ ହୋଇଥିବା ଘମାଘୋଟ ଲଢେଇରେ ରକ୍ତରଞ୍ଜିତ ହୋଇଥିଲା କୁରୁକ୍ଷେତ୍ର। ଲଢେଇରେ ବହୁ ରଥୀ ମହାରଥୀ ଟଳି ପଡ଼ିଥିଲେ। ବହୁ ବୀର ଯୁଦ୍ଧା ହାର ମାନିଯାଇଥିଲେ। ମହାଭାରତରେ କେବଳ ଶସ୍ତ୍ର ନୁହଁ କଳବଳ, କୌଶଳ, ଛଳ ସବୁପ୍ରକାର କୂଟନୀତି ଓ ରଣନୀତିର ପ୍ରୟୋଗ କରାଯାଇଥିଲା। ହେଲେ ସମ୍ପୂର୍ଣ୍ଣ ଲଢେଇରେ ପ୍ରଭୁ ଶ୍ରୀକୃଷ୍ନ ଶସ୍ତ୍ର ଉଠାଇ ନ ଥିଲେ। ସେ କେବଳ ଶାସ୍ତ୍ର ହିଁ ପ୍ରୟୋଗ କରିଥିଲେ। ମହାଭାରତ ପରି ମହାସଂଗ୍ରାମରେ କେବଳ ୧୨ ଜଣ ହିଁ ବଞ୍ଚିଥିବା କୁହାଯାଏ।  ତେବେ ସେମାନେ କିଏ କିଏ ଆସନ୍ତୁ ଜାଣିବା।

ମହାଭାରତ ଯୁଦ୍ଧର ସର୍ବେସର୍ବା କହିଲେ ପ୍ରଭୁ ଶ୍ରୀକୃଷ୍ନଙ୍କୁ ହିଁ ବୁଝାଏ। ଯାହାଙ୍କ ନିର୍ଦ୍ଦେଶରେ ସବୁକିଛି ଘଟୁଥିଲା। କେବଳ ଶ୍ରୀକୃଷ୍ନଙ୍କୁ ହିଁ ସାହାରା କରି ପଞ୍ଚୁପାଣ୍ଡବ ଯୁଦ୍ଧରେ ବିଜୟ ହୋଇଥିଲେ। ତେବେ ଏତେ ବଡ଼ ଯୁଦ୍ଧକୁ ପରିଚାଳନା କରୁଥିବା ଶ୍ରୀକୃଷ୍ନଙ୍କର କିଛି ହୋଇ ନ ଥିଲା।  ସେହିପରି ଆଉ ଜଣେ ହେଉଛନ୍ତି ସାତ୍ୟକୀ। ଅର୍ଜୁନଙ୍କ ଶିଷ୍ୟ ହେଉଛନ୍ତି ସାତ୍ୟକୀ। ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କ ଆକ୍ରମଣରୁ ଯୁଧିଷ୍ଠିରଙ୍କୁ ରକ୍ଷା କରିଥିଲେ ସାତ୍ୟକୀ। ସେ ମଧ୍ୟ ପ୍ରଭୁ ଶ୍ରୀ କୃଷ୍ନଙ୍କ ପରମ ଭକ୍ତ ଥିଲେ। ସେହିପରି କ୍ରିତବର୍ମା ନାମକ ଜଣେ ଯୁଦ୍ଧାଙ୍କର କିଛି ହୋଇ ନ ଥିଲା। କୌରବ ପକ୍ଷର ଯୁଦ୍ଧା ଥିବା କ୍ରିତବର୍ମା ଥିଲେ ଜଣେ ପରାକ୍ରମୀ ଯୁଦ୍ଧା।

ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସମକକ୍ଷ ବୋଲି ତୁଳନା କରାଯାଉଥିଲା। କିନ୍ତୁ କୌରବ ପକ୍ଷର ଶହ ଶହ ଯୁଦ୍ଧା ପ୍ରାଣ ହରାଇଥିଲେ ମଧ୍ୟ କ୍ରିତବର୍ମା ବଞ୍ଚି ଯାଇଥିଲେ। ଆଉ ଜଣେ ହେଉଛନ୍ତି ୟୁୟୁଷ୍ଟୁ। ଧ୍ରୁତରାଷ୍ଟ୍ରଙ୍କ ପୁଅ ହେଉଛନ୍ତି ୟୁୟୁଷ୍ଟୁ। ମହାଭାରତ ଲଢେଇରେ ଧ୍ରୁତରାଷ୍ଟ୍ରଙ୍କର ୯୯ ପୁଅ ନିଧନ ହୋଇଥିଲା ବେଳେ ୟୁୟୁଷ୍ଟୁ ହିଁ ବଞ୍ଚିଯାଇଥିଲେ। ସେହିପରି କୃପାଚାର୍ଯ୍ୟ ଉଭୟ ପାଣ୍ଡବ ଏବଂ କୌରବଙ୍କ ଗୁରୁ ଥିଲେ। ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ। ସେ ମଧ୍ୟ ଲଢେଇରୁ ବର୍ତ୍ତି ଯାଇଥିଲେ। ଏଥିସହ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ପୁତ୍ର ଥିଲେ ଅଶ୍ୱତ୍‌ଥମା । ତାଙ୍କର ମୃତ୍ୟୁ ଘଟିଥିବା ନେଇ କେବଳ ଏକ ରହସ୍ୟ ସୃଷ୍ଟି କରାଯାଇ ଥିଲା।

କିନ୍ତୁ ତାଙ୍କର ପ୍ରକୃତରେ ମୃତ୍ୟୁ ଘଟି ନ ଥିଲା। ମହାଭାରତର ଧର୍ମରାଜ ଥିଲେ ଯୁଦ୍ଧିଷ୍ଟିର। ଯୁଦ୍ଧ ସରିବା ପରେ ହସ୍ତିନାପୁରର ଯୁଦ୍ଧିଷ୍ଟିର ହିଁ ରାଜା ହୋଇଥିଲେ। ସେହିପରି ପାଣ୍ଡବ ପକ୍ଷରୁ ସବୁଠୁ ବଳଶାଳୀ ଏବଂ ପରାକ୍ରମୀ ଯୁଦ୍ଧ ଥିଲେ ଗଦାଧାରୀ ଭୀମ। ଯୁଦ୍ଧରେ ତାଙ୍କର ମଧ୍ୟ କିଛି ହୋଇ ନ ଥିଲା। ମହାଭାରତରେ ପ୍ରଭୁ ଶ୍ରୀ କୃଷ୍ନଙ୍କ ସଖା ଥିଲେ ଅର୍ଜୁନ। ଯୁଦ୍ଧ ପାଇଁ ପ୍ରଥମରୁ ଅମଙ୍ଗ ହେଉଥିବା ଅର୍ଜୁନଙ୍କୁ ହିଁ ପ୍ରଭୁ ଶ୍ରୀକୃଷ୍ନ ୧୮ ଦିନ ଧରି ଜ୍ଞାନବାଣୀ ଦେଇ ଯୁଦ୍ଧର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ଏହି ଯୁଦ୍ଧରେ ଅର୍ଜୁନ ମଧ୍ୟ ବଞ୍ଚି ଯାଇଥିଲେ। ସେହିପରି ଯୁଦ୍ଧର ଆଉ ଯେଉଁ ଦୁଇ ଜଣ ବଞ୍ଚି ଯାଇଥିଲେ ସେମାନେ ହେଉଛନ୍ତି  ସହଦେବ ଓ ନକୁଳ।