୧୨ ଜଣଙ୍କ ପାଖରେ ରହିଯାଇଛି ଦେଶର ୨ଲକ୍ଷ କୋଟି ଟଙ୍କା: ମୁଣ୍ଡରେ ହାତ ଦେଇ ବସିଛନ୍ତି ବିଭିନ୍ନ ବ୍ୟାଙ୍କ

ନୂଆଦିଲ୍ଲୀ: କଳାଧନକୁ ରୋକିବା ପାଇଁ ଗତବର୍ଷ ସରକାର ନେଇଥିଲେ ବିମୁଦ୍ରୀକରଣ ଭଳି ଦୃଢ ପଦକ୍ଷେପ। ତେବେ କେତେ ପରିମାଣର କଳାଧନ ସରକାରଙ୍କ ପାଖକୁ ଆସିଲା କି ନାହିଁ ତାହା କେହି ଜାଣନ୍ତି ନାହିଁ। ତେବେ ଏହା ଭିତରେ ଭାରତୀୟ ରିର୍ଜଭ ବ୍ୟାଙ୍କ ଏପରି ଏକ ତଥ୍ୟ ସାମ୍ନାକୁ ଆଣିଛି ଯାହା ଶୁଣିଲେ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇ ବସିବ। ରିର୍ଜଭ ବ୍ୟାଙ୍କ ଦେଶର ଏପରି ୧୨ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ କରିଛି ଯେଉଁମାନେ ବିଭିନ୍ନ ବ୍ୟାଙ୍କରୁ ୨ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି ସତ କିନ୍ତୁ ସୁଝିବାର ନାଁ ଧରୁନାହାନ୍ତି।

ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ଏହି ୧୨ ଜଣଙ୍କୁ ଆରବିଆଇ ଚିହ୍ନଟ କରିଛି। ଏହି ଟଙ୍କା ସବୁ ଫେରସ୍ତ ପାଇବାକୁ ଆରବିଆଇ ଆରମ୍ଭ କରିଛି ପ୍ରୟାସ। ଏହି ବ୍ୟାଙ୍କ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କୁ ଦେବାଳିଆ ଘୋଷଣା କରିବାକୁ ଆରବିଆଇ ବିଭିନ୍ନ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦେଇଛି। ତେବେ ଏହି ୧୨ ଜଣଙ୍କ ନାଁ ଘୋଷଣା କରିନାହିଁ ଆରବିଆଇ।