ପାକିସ୍ଥାନ: କରାଚୀରେ ପୋଲିସ୍ ଗୁଳିରେ ୧୨ ଆତଙ୍କବାଦୀ ମୃତ

କରାଚୀ: ପାକିସ୍ଥାନର କରାଚୀରେ ମଙ୍ଗଳବାର ପୋଲିସ ଗୁଳିମାଡରେ ୧୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହାସହ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି। ମାଲିର ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୋଲିସ-ଆତଙ୍କବାଦୀଙ୍କ ଗୁଳି ବିନିମୟରେ ପ୍ରଥମେ ୮ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ପରେ ଆଉ ୪ଜଣ ପୋଲିସ ଗୁଳିରେ ମରିଥିବା ସେ କହିଛନ୍ତି। ଏହି ଗୁଳି ବିନିମୟରେ ୨ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କଠାରୁ ମିଳିଥିବା ବିସ୍ଫୋରକ ମଧ୍ୟରେ ବହୁ ଆତ୍ମଘାତୀ ବୋମା, ଗ୍ରେନେଡ, ଅତ୍ୟାଧୁନିକ ବନ୍ଧୁକ ଓ ଗୁଳି ରହିଛି।