ଗ୍ରୀସ: ଡଙ୍ଗା ବୁଡି ୧୨୬ ଶରଣାର୍ଥୀ ମୃତ

ଏଥେନ୍ସ: ଲିବ୍ୟାରୁ ଗ୍ରୀସକୁ ଶରଣାର୍ଥୀ ନେଇ ଆସୁଥିବା ଏକ ବେଆଇନ୍‌ ଡଙ୍ଗା ବୁଡିଯିବାରୁ ୧୨୬ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଆଜି ଗ୍ରୀକ୍‌ ଉପକୂଳରୁ ୧୧୦ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଡଙ୍ଗାରେ ୩୪୦ରୁ ଅଧିକ ଯାତ୍ରୀ ରହିଥିବା ଗ୍ରୀସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରୀସ ସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଏହି ଶରଣାର୍ଥୀମାନେ ଲିବ୍ୟାର ଜୱାରା ସହରୁ ଗ୍ରୀସ୍‌କୁ ଆସୁଥିଲେ।