ତାଇୱାନ୍: ଭୂମିକମ୍ପରେ ୧୩ ମୃତ, ୧୦୦ ନିଖୋଜ

ତାଇୱାନ୍: ତାଇୱାନରେ ଶନିବାର ଅନୂଭୁତ ହୋଇଛି ଶକ୍ତିଶାଳୀ ଭୁମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୪। ମାଟିରେ ମିଶିଛି ଅନେକ ବହୁତଳ ପ୍ରାସାଦ। ଆଜି ହୋଇଥିବା ଭୂମିକମ୍ପରେ ଏକ ୧୬ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ଅଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି। ଏକ ଉତ୍ସବ ପାଳନ ପାଇଁ ଏହି କୋଠରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ଏଥିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସରକାରଙ୍କ ପକ୍ଷରୁ ପୋଲିସ୍ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।