କାବୁଲ: ତୁଷାରପାତରେ ୧୪ ଜଣଙ୍କ ମୃତ୍ୟୁ


କାବୁଲ: ତୁଷାରପାତ ଯୋଗୁଁ ଅଫଗାନିସ୍ତାନରେ ଜନଜୀବନ ଅସ୍ତବ୍ୟବସ୍ଥ ହୋଇପଡ଼ିଛି। ଆଜି ଜୱଯନ୍‌  ୧୦ ଜଣ ଓ ଶିରିପୁର ଅଞ୍ଚଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଲୋକେ ଏକ ପ୍ରକାର ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଅତ୍ୟାବସ୍ୟକ ସାମଗ୍ରୀ ଆଣିବାକୁ ଯାଇପାରୁ ନାହାନ୍ତି।

ଆଗକୁ ଥଣ୍ଡାର ପ୍ରକୋପ ବଢ଼ିବାର ଥିବାରୁ ସତର୍କ ରହିବାକୁ ଅଫଗାନବାସୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି।