ଘର ଢ଼ିଙ୍କି କୁମ୍ଭୀର: କ୍ରିକେଟ ପରାଜୟ ପରେ ଭାରତରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବା ୧୫ ଗିରଫ

ସରି ଯାଇଛି ଚାମ୍ପିୟନସ୍ ଟ୍ରଫି। ଭାରତକୁ ହରାଇ ପାକିସ୍ତାନ ହାତେଇ ନେଇଛି ଚାମ୍ପିୟନସ୍  ଟ୍ରଫି। ପାକିସ୍ତାନ ଠାରୁ ଭାରତର ହାରିବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଭାରତୀୟ ଫ୍ୟାନ୍। ତେବେ ଏହି ସମୟରେ କଟା ଘାରେ ଚୂନ ଦେଇଛନ୍ତି କିଛି ଗୃହଭେଦୀ ବିଭୀଷଣ। ଜନ୍ମ ଭାରତରେ ହେଲେ ମନ ପାକିସ୍ତାନରେ।

ଚାମ୍ପିୟନସ୍ ଟ୍ରଫିରେ ପାକିସ୍ତାନ ବିଜୟୀ ହେବା ପରେ ମଧ୍ୟପ୍ରଦେଶରେ କିଛି ଯୁବକ ଖୁସିରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ। ତେବେ ଏମାନଙ୍କ କାର୍ଯ୍ୟକଳାପ ଆତଙ୍କବାଦୀଙ୍କ ଠାରୁ ମଧ୍ୟ କମ୍ ନଥିଲା। ଭାରତ ବିରୋଧରେ ନାରା ଦେବା ସହ ପାକିସ୍ତାନ ଜିନ୍ଦାବାଦ୍ ଭଳି ସ୍ଲୋଗାନ୍  ଦେଇଥିଲେ ଏହି ଯୁବକ ମାନେ। ତେବେ ଦେଶ ବିରୋଧୀ ନାରା ଦେବା ଏହି ଯୁବକଙ୍କ ପାଇଁ ମହଙ୍ଗ। ପଡ଼ିଛି। ଏହି ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। କୋର୍ଟ ମଧ୍ୟ ଏହି ୧୫ ଜଣ ଯୁବକଙ୍କୁ କ୍ଷମା ଦେଇନାହିଁ। ସେମାନଙ୍କ ଜାମିନ ଆବେଦନକୁ ଖାରଜ କରି ସେମାନଙ୍କୁ  ଜେଲ ପଠାଇ ଦେଇଛି। ଏହି ଘଟଣା ଭାରତରେ ରହି ପାକିସ୍ତାନ ଜିନ୍ଦାବାଦ ଓ ଭାରତ ବିରୋଧୀ ନାରା ଦେଉଥିବା ଦେଶଦ୍ରୋହୀ ଯୁବକଙ୍କ ଗାଲରେ ଶକ୍ତ ଚାପୁଡା।