ଜୋହାନ୍ସବର୍ଗ: ମିନିବସକୁ ଧକ୍କାଦେଲା ଟ୍ରେନ,୧୫ ମୃତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବଞ୍ଚଳରେ ଥିବା ୱା-ଜୁଲୁ ନାଟାଲ ପ୍ରଦେଶରେ ଏକ ମିନିବସକୁ ଟ୍ରେନ ଧକ୍କା ଦେବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ମିନିବସଟି ରେଳବ୍ରିଜକୁ ଅତିକ୍ରମ କରୁଥିବା ବେଳେ କୌଣସି କାରଣରୁ ବସର ଚକାଟି ଟ୍ରେନଟ୍ରାକରୁ ବାହାରି ପାରି ନ ଥିଲା। ସେହି ସମୟରେ ୱା-ଜୁଲୁ ନାଟାଲ ସହର ଅଭିମୁଖେ ଯାଉଥିବା ଏକ ଟ୍ରେନ ମିନିବସକୁ ଧକା ଦେଇଥିଲା। ବସଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରେନଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ମେଡିକାଲ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଗୁରୁତର ଆହତ ହୋଇଥିବା  ୬ ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।