ଆଇଏସ୍‌ଆଇଏସ୍‌ରେ ମିଶିଥିବା ୧୬ ମହିଳାଙ୍କୁ ଫାଶୀ,୧୭୦୦ ଗିରଫ

ବାଗ୍‌ଦାଦ୍: ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନରେ ଯୋଗଦେଇଥିବା ୧୬ ଜଣ ତୁର୍କି ମହିଳାଙ୍କୁ ଫାସି ଦଣ୍ଡ ଶୁଣାଇଛନ୍ତି ଇରାକ୍‌ର ଏକ କୋର୍ଟ । ଏମାନେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ସହିତ ସମ୍ପୃକ୍ତ ଥିବା ପ୍ରମାଣ ମିଳିବା ପରେ ଏହି ଦଣ୍ଡ ଦିଆଯାଇଛି। ଏହି ସମସ୍ତ ମହିଳା ଆତଙ୍କବାଦୀଙ୍କୁ ଇରାକ୍‌ ସେନା ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଗଷ୍ଟରେ ଇରାକ୍‌ ସେନା ଏକ ଅପରେସନ ଆରମ୍ଭ କରିଥିଲା। ଏଥିରେ ଭୟଭୀତ ହୋଇ ୧୩ ଶହରୁ ଅଧିକ ମହିଳା ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୭୦୦ ବିଦେଶୀ ମହିଳାଙ୍କୁ ଗିରଫ କରାଯାଇଛି।