ସ୍କୁଲରେ ଫୁଟିଲା ଗୁଳି; ୧୭ ମୃତ, ୧୪ ଆହତ

ୱାଶିଂଟନ୍: ଆମେରିକାର ଫ୍ଲୋରିଡା ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୭ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡରେ ହାଇସ୍କୁଲର ଜଣେ ପୁରାତନ ଛାତ୍ର ସଂପୃକ୍ତ ଥିବା ଜଣାପଡ଼ିଛି।  ଅଭିଯୁକ୍ତ ଛାତ୍ର ଜଣଙ୍କ ସ୍କୁଲ ପରିସରକୁ ଆସି ଅତର୍କିତ ଗୁଳିଚାଳନା କରିଥିଲା।  ଛାତ୍ରଛାତ୍ରୀମାନେ ଜୀବନ ବିକଳରେ ଲୁଚିଥିଲେ ମଧ୍ୟ ଗୁଳିମାଡ଼ରୁ ବର୍ତ୍ତି ପାରି ନଥିଲେ।  ଗୁଳିକାଣ୍ଡ ପରେ ଛାତ୍ରଛାତ୍ରୀମାନେ ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳିଥିଲା।

ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ନିକୋଲାସ କ୍ରୁଜ୍‌କୁ   ଗିରଫ କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ  ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।