୧୭ ନୂଆ ରିଜର୍ଭ ବାଟାଲିୟନ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ନୂଆଦିଲ୍ଲୀ: ନକ୍ସଲ ପ୍ରଭାବିତ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ୧୭ଟି ନୂଆ ରିଜର୍ଭ ବାଟାଲିୟନ୍ ଗଠନ କରାଯିବ। ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ ମଂଜୁରୀ ଦେଇଛି।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ,  ଜମ୍ମୁ-କାଶ୍ମୀର ଓ ଅନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟରେ ଅପରେସନର ଦାୟିତ୍ୱ ଏହି ୧୭ଟି ବାଟାଲିୟନକୁ ଦିଆଯିବ। ପ୍ରତ୍ୟେକ ବାଟାଲିୟନରେ ୧୦୦୦ ଯବାନ ରହିବେ। ଏହି ଅନୁସାରେ ୧୭ଟି ବାଟାଲିୟନରେ ୧୭,୦୦୦ ଯବାନ ନିଯୁକ୍ତି ପାଇବେ। ନୂତନ ଭାବେ ଏହି ନିଯୁକ୍ତି ହେବ। ଯୁବକମାନଙ୍କୁ ଏଥିପାଇଁ ସୁଯୋଗ ଦିଆଯିବ ବୋଲି ସରକାର କହିଛନ୍ତି।