୧୭୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ବାଂଲାଦେଶ

କୋଲକତା: ବାଂଲାଦେଶ ମଙ୍ଗଳବାର ୧୭୮ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ଏହି ମତ୍ସ୍ୟଜୀବୀଙ୍କୁ ବାଂଲାଦେଶର ନୌସେନା ଜଳସୀମା ଲଙ୍ଘିଥିବା ଅଭିଯୋଗରେ ୨ ମାସ ତଳେ ଗିରଫ କରାଯାଇଥିଲା। ବାଘେରହାଟ ଜେଲରେ ରଖାଯାଇଥିଲା। ସେମାନଙ୍କୁ ଆଜି ସକାଳ ୮ଟାରେ ସେଠାରୁ ଛଡାଯାଇଥିଲା। ମୁକ୍ତି ପାଇଥିବା ମତ୍ସ୍ୟଜୀବୀମାନେ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରାଗଣାର ବୋଲି ଜଣାପଡିଛି।