ନେପାଳରେ ବିମାନ-ଚପର ଧକ୍କା

କାଠମାଣ୍ଡୁ: ନେପାଳର ଲୁକଲା ବିମାନ ବନ୍ଦରରେ ଚପର ସହ ବିମାନର ଧକ୍କା ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ନେପାଳର ଶୋଲୁଖମ୍ବୁ ଜିଲ୍ଲାରେ ଥିବା ଲୁକଲା ବିମାନ ବନ୍ଦରରେ ଏକ ଚପର ପାର୍କିଂ ସ୍ଥାନରେ ଥିଲା। ହେଲେ ବିମାନଟି ଅବତରଣ କରିବା ବେଳେ ଛିଡ଼ା ହୋଇଥିବା ଚପର ସହ ବାଡ଼େଇ ହୋଇଯାଇଥିଲା। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଲୁକଲା ବିମାନ ବନ୍ଦର ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ବିମାନ ବନ୍ଦର।