ଅଭିନବ ଢଙ୍ଗରେ କଟାକ୍ଷ: ସଉକିଆ ମନ୍ତ୍ରୀଙ୍କ ପାଇଁ ଭିକ ମାଗିଲେ ଦୁଇ ବୃଦ୍ଧ

ଡେରାଡୁନ: ସବୁବେଳେ ଆନ୍ଦୋଳନକାରୀଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ, ସରକାର ଶୋଇଛନ୍ତି। ତେଣୁ ନିଜ କଥା ସରକାରଙ୍କୁ ଶୁଣେଇବାକୁ ସେମାନଙ୍କୁ ଅଧିକ କଠୋର ଓ ସୃଜନଶୀଳ ହେବାକୁ ପଡିଥାଏ। ଏହି କ୍ରମରେ ଦେଖିବାକୁ ମିଳେ ଯେ,ସରକାରଙ୍କ ବିରୋଧରେ କେତେବେଳେ ଚାଷୀ ମାନେ ଲଙ୍ଗଳା ହୋଇ ତ କେତେବେଳେ ବେକରେ ମଲା ସାପ ଗୁଡାଇ ଆଉ କେତେବେଳେ ମଣିଷ ମଳ ଖାଇ ବିକ୍ଷୋଭ ପ୍ରଦର୍ଶନ କରିବାର ନଜିର ରହିଛି। ତେବେ ଏହା ଭିତରେ ଏକ ନୂଆ ଢଙ୍ଗରେ ବିରୋଧ ପ୍ରଦର୍ଶନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଉତ୍ତରାଖଣ୍ଡର ଦୁଇ ଜଣେ ବୃଦ୍ଧ।

trivendra-ଉତ୍ତରାଖଣ୍ଡର ରମେଶ ପାଣ୍ଡେ ଓ ଏନ୍‌.ବି. ଭଟ୍ଟ। ରାଜ୍ୟର ନେତାଙ୍କ ପାଇଁ ଏମାନେ ବଦଳାଇଛନ୍ତି ନିଜକୁ। ସାଧାରଣ ଲୋକରୁ ପାଲଟି ଯାଇଛନ୍ତି ଭିକାରୀ। ଦୁଇ ବ୍ୟକ୍ତି ରାଜ୍ୟର ମନ୍ତ୍ରୀଙ୍କ ଖର୍ଚ୍ଚ ଉଠାଇବା ପାଇଁ ରସଥାଳି ଧରି ଓହ୍ଲାଇଛନ୍ତି ରାସ୍ତାକୁ। ଦୁହେଁ ଭିକ ମାଗିବା ପାଇଁ ଆପଣାଇଥିଲେ ଏକ ଭିନ୍ନ ଉପାୟ। ହାତରେ ଥିଲା ପ୍ଲା କାର୍ଡ ଯେଉଁଥିରେ ଲେଖାଥିଲା, ‘ନେତାଙ୍କ ସୌକିନ ଓ ରଙ୍ଗୀନ ଜୀବନ ପାଇଁ କିଛି ଭିକ ଦିଅ’। ଦୋକାନରୁ ଦୋକାନ ଓ ଘରକୁ ଘର ବୁଲି ଏମାନେ ଅର୍ଥ ସଂଗ୍ରହ କରିଛନ୍ତି ରାଜ୍ୟର ସୌକିନ ମନ୍ତ୍ରୀମାନଙ୍କ ପାଇଁ। କଥାଟା ଆଶ୍ଚଯ୍ୟ ଲାଗୁଥିଲେ ବି ସତ। ପୂରା ଗୋଟିଏ ଦିନ ଧରି ବୁଲିବା ପରେ ଏମାନେ ସଂଗ୍ରହ କରିଥିବା ମୋଟ ୨ ହଜାର ୬ଶହ ୪୨ ଟଙ୍କା ସେମାନେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାୱତଙ୍କ ପାଖକୁ ପଠାଇଛନ୍ତି।

ଉତ୍ତରାଖଣ୍ଡ ନୂଆ ରାଜ୍ୟ ଭାବେ ୧୬ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ କୌଣସି ସରକାର ଲୋକଙ୍କ ପାଇଁ ଟିକିଏ ବି ଚିନ୍ତା କରୁ ନାହାନ୍ତି। ବରଂ ଦିନକୁ ଦିନ ଅଧିକ ଋଣ ବୋଝରେ ବୁଡି ଚାଲିଛି ଉତ୍ତରାଖଣ୍ଡ। ରାଜ୍ୟ କରଜରେ ବୁଡି ରହିଥିବା ବେଳେ ନେତା ମାନେ କିନ୍ତୁ ନିଜ ସୌକକୁ ଛାଡି ପାରୁ ନାହାନ୍ତି। ତେଣୁ ଏ ଦୁଇ ବ୍ୟକ୍ତି ବିରୋଧ କରିବାକୁ ଏଭଳି ଅଭିନବ ଉପାୟକୁ ଆପଣାଇଛନ୍ତି।