ସୀମା ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ପାକ୍‌ ଯବାନ ନିହତ

ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରିର ଉରି ସେକ୍ଟରରେ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି।  ଭାରତୀୟ ସେନାର ଗୁଳିମାଡ଼ରେ ୨ ପାକିସ୍ତାନ ଯବାନଙ୍କ ମୃତ୍ୟ ଘଟିଛି।  ଉରିସେକ୍ଟରରେ ଏଲଓସି ଅତିକ୍ରମ କରି ପ୍ରାୟ ୬୦୦ ମିଟର ପଳାଇଆସିଥିବା ଏହି ପାକ୍‌ ଯବାନ ଭାରତୀୟ ଯବାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଭାରତୀୟ ଯବାନ ସେମାନଙ୍କୁ ଏନ୍କାଉଣ୍ଟର କରିଦେଇଥିଲେ। ଉକ୍ତ ଦୁଇ ଯବାନଙ୍କ ଠାରୁ ବ୍ୟାପକ ବିଷ୍ଫୋରକ ସମାଗ୍ରୀ ଜବତ କରାଯାଇଛି।