ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରର ସୋପୋର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ  ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ବାରମୂଳା ଜିଲ୍ଲାର ସୋପୋରର ସାନ୍‌ଗଡ୍‌ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ସୁରକ୍ଷାକର୍ମୀ ଖବର ପାଇଥିଲେ। ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରା ବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ୍ କରିଥିଲେ। ଏହା ଦେଖି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀ ପାଲଟା ଗୁଳିମାଡ଼ କରିବାରୁ ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଆତଙ୍କବାଦୀଙ୍କ ନିକଟରୁ  ଗୋଟିଏ ଏକେ- ୪୭ ରାଇଫଲ୍ ଓ  ପିସ୍ତଲ ଜବତ କରାଯାଇଛି।

ଏହା ପୂର୍ବରୁ ଗତ ଶନିବାର ଦକ୍ଷିଣ କାଶ୍ମୀରର ବେହିବାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ସେହିଭଳି ଗତକାଲି ପାକିସ୍ତାନ ଦୁଇଥର ଅସ୍ତ୍ରବିରତି ଉଲ୍ଲଂଘନ କରି ଜମ୍ମୁ-କାଶ୍ମୀରର ପୁଞ୍ଝ ଓ କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଗୁଳିବିନିୟ କରିଥିଲା।