ରାସ୍ତାରେ ଭାସିଲା ୨୦,୦୦୦ ଲିଟର ପେଟ୍ରୋଲ

ନୂଆଦିଲ୍ଲୀ: ଦିଲ୍ଲୀର ମୂଲଚନ୍ଦ ଅଞ୍ଚଳରେ ରାସ୍ତାରେ ଭାସୁଛି ପେଟ୍ରୋଲ। ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ୟାଙ୍କରେ ଥିବା ୨୦,୦୦୦ ଲିଟର ପେଟ୍ରୋଲ ଏବେ ରାସ୍ତାରେ ଭାସୁଛି।  ସ୍ଥିତି ଏପରି ହୋଇଛି ଯେ, ମୂଲଚନ୍ଦ ଅଞ୍ଚଳରେ ଟ୍ରାଫିକ୍‌ ଜାମ ହୋଇଯାଇଛି।

ରାସ୍ତାରେ ଭାସୁଥିବା ପେଟ୍ରୋଲ ସଂସ୍ପର୍ଶରେ ଆସି ଦୁଇ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।