ବାହା ହେଲେ ମିଳିବ ୨୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍‌

କାନପୁର: ଉତ୍ତରପ୍ରଦେଶରେ ଗରିବ ଝିଅଙ୍କ ପାଇଁ ନୂଆ ଯୋଜନା ଘୋଷଣା କରିଛନ୍ତି ଯୋଗୀ ସରକାର। ରାଜ୍ୟରେ ଗରିବ ଝିଅଙ୍କ ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏହି ସାମୂହିକ ବିବାହ ଉତ୍ସବରେ ସାଂସଦ, ବିଧାୟକ ଓ ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଯୋଜନାରେ ବିବାହ କରୁଥିବା କନ୍ୟାଙ୍କୁ ମିଳିବ ୨୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ। ଏହି ୨୦ ହଜାର ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୭୧ ହଜାର ୪ ଶହ ଗରିବ ଝିଅଙ୍କ ବିବାହ କାରାଯିବ। ପୂର୍ବରୁ ଏହି ଯୋଜନାରେ କନ୍ୟାଙ୍କ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ନୂଆ ଯୋଜନାରେ ପ୍ରତି କନ୍ୟା ପିଛା ୩୫ ହଜାର ଟଙ୍କା ଖର୍ଚ୍ଚ କରିବେ ସରକାର। ୩୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କା କନ୍ୟାର ବ୍ୟାଙ୍କ ଖାତାକୁ ଯିବା ସହ କନ୍ୟାର ଶାଢ଼ି, ସ୍ମାର୍ଟଫୋନ ସମେତ ବିବାହ ପାଇଁ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୧୦ ହଜାର ଟଙ୍କା ବଜେଟ୍‌ ରହିଛି। ପେଣ୍ଡାଲ ଓ ଟେଣ୍ଟ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା ବଜେଟ ରହିଛି। ୩୦ ପ୍ରତିଶତ ଅନୁସୂଚିତ ଜାତି-ଜନଜାତି, ୩୫ ପ୍ରତିଶତ ପଛୁଆ ବର୍ଗ, ୨୦ ପ୍ରତିଶତ ସାଧାରଣ ବର୍ଗ ଓ ୧୫ ପ୍ରତିଶତ ସଂଖ୍ୟାଲଘୁ ବର୍ଗ ଲୋକେ ଏହି ଯୋଜନାର ଲାଭ ଉଠାଇ ପାରିବେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More