ଇଦ୍‌ରେ ଅଶାନ୍ତ କାଶ୍ମୀର: ସୁରକ୍ଷା କର୍ମୀ, ବିକ୍ଷୋଭକାରୀ ମୁହାଁମୁହିଁ

ଜମ୍ମୁ: ପବିତ୍ର ଇଦ୍ରେ ମଧ୍ୟ କାଶ୍ମୀର ଉପତ୍ୟକା ଅଶାନ୍ତ। ଅନନ୍ତନାଗ, ଶ୍ରୀନଗର, ସୋପୋର, କୁପଓ୍ୱାରାରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଅନନ୍ତନାଗ ଜିଲ୍ଲାର ଏକ ଗାଁରେ ଉତ୍ତ୍ୟକ୍ତ ଜନତା ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଗ୍ରେନେଡ୍ ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଛି। ଗତକାଲି ସେନାର ଗୁଳିରେ ଜଣେ ବେସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ଆଜି ଇଦ୍ ପ୍ରାର୍ଥନା ପରେ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ ହୋଇଥିଲା। ବିକ୍ଷୋଭକାରୀ ପାକିସ୍ତାନ ପତାକା ଓ ଆଇଏସ୍ଆଇ ପତାକା ପ୍ରଦର୍ଶନ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲେ।