ବଜାରକୁ ଆସିଲା ନୂଆ ୨୦୦ ଓ ୫୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆଜି ଠାରୁ ପ୍ରଚଳନ ହେଲା ନୂଆ ୨୦୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ୍। ପୂର୍ବରୁ RBI ପକ୍ଷରୁ ଏହି ନୋଟର ଡିଜାଇନ୍ ଓ ନମୁନା ଜନସାଧାରଣଙ୍କ ଅବଗତି ପାଇଁ ଛଡାଯାଇଥିଲା। ଏହି ନୋଟ ଉପରେ RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିଛି। ୨ଶହ ଟଙ୍କିଆ ନୋଟର ପଛପାଖରେ ଭାରତୀୟ ସଂସ୍କୃତିର ଏକ ଝଲକ୍ ଦେଖିବାକୁ ମିଳିଛି। ଟଙ୍କାର ରଙ୍ଗ ରହିଛି ଉଜ୍ଜ୍ୱଳ ହଳଦିଆ। ସେହିପରି ମହାତ୍ମା ଗାନ୍ଧୀଙ୍କ ଛବି ନୋଟର ମଧ୍ୟ ଭାଗରେ ରହିଛି। ନୋଟକୁ ଧୀରେ ଧୀରେ ବୁଲାଇ ଦେଖିଲେ ଏହା ଉପରେ ଥିବା ରଙ୍ଗ ସବୁଜରୁ ନୀଳ ରଙ୍ଗକୁ ବଦଳିବ। ସେହିପରି ଧୀରେ ଧୀରେ ବୁଲାଇଲେ ଟଙ୍କା ଉପରେ ଲେଖାଥିବା ସଂଖ୍ୟାର ମଧ୍ୟ ରଙ୍ଗ ସବୁଜରୁ ନୀଳକୁ ବଦଳୁଥିବା ଦେଖିବାକୁ ମିଳିବ। ବିମୁଦ୍ରାକରଣ ପରେ ୨ହଜାର ଟଙ୍କା ନୋଟ ବଜାରକୁ ଆସିଥିଲା ଯେଉଁଥିରେ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା। ବଜାରରେ ଯେଉଁ ସାମାନ୍ୟ ଅଭାବ ରହୁଥିଲା, ତାହା ନୂଆ ୨ଶହ ଟଙ୍କିଆ ନୋଟ୍ ପୂରଣ କରିବ।