୨୦୦୦ ଟଙ୍କା ନୋଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାମଦେବ

ନୂଆଦିଲ୍ଲୀ: ବିମୁଦ୍ରାକରଣକୁ  ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଷ୍ପତ୍ତିକୁ ସମର୍ଥନ କରୁଥିବା ଯୋଗଗୁରୁ ରାମଦେବ ଆଜି  ୨୦୦୦ ଟଙ୍କା ନୋଟକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି,“୨୦୦୦ ଟଙ୍କା  ଅର୍ଥ ବ୍ୟବସ୍ଥା ପାଇଁ ଠିକ୍‌ ନୁହେଁ। ଏହା ଦ୍ୱାରା ଅଧିକ ଭଷ୍ଟ୍ରାଚାର ହେବ।”

ସେ ଆହୁରି କହିଛନ୍ତି, “ସବୁ ସରକାର ବିଦେଶ କମ୍ପାନୀ ଅନୁସାରେ କାମ କରୁଛନ୍ତି।”

ରାମ ଦେବ  କହିଛନ୍ତି, “ବିମୁ଼ଦ୍ରାକରଣ କଳାଧନ ରଖିଥିବା ଲୋକଙ୍କ ଉପରେ ପ୍ରଭାବ ପକାଇଛି କିନ୍ତୁ ବିଦେଶରେ ଥିବା କଳାଧନ ଉପରେ କୌଣସି ପ୍ରଭାବ ପକାଇ ନାହିଁ।”

ବିଦେଶରେ ଥିବା କଳାଧନକୁ  ଆଣିବାକୁ ମୋଦି ସରକାର କଡ଼ା ପଦକ୍ଷେପ ଉଠାଇବେ ବୋଲି ରାମଦେବ ବାବା କହିଛନ୍ତି।