୨୦୧୬ ଡିସେମ୍ବର ସୁଦ୍ଧା ଇଏସଆଇ ସ୍କିମରେ ପରିବର୍ତ୍ତନ, ଉପକୃତ ହେବେ ୨୫ କୋଟି ଭାରତୀୟ

ନୂଆଦିଲ୍ଲୀ: ମୋଦି ସରକାର ଖୁବଶୀଘ୍ର ପ୍ରାୟ ୨୫ କୋଟି ଭାରତୀୟଙ୍କୁ ଉପହାର ଦେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ସୁଦ୍ଧା ଇଏସଆଇ ସ୍କିମରେ ସରକାର କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଅନୁସାରେ ମାଗଣା ସ୍ୱାସ୍ଥ୍ୟ ସେବା ଓ କ୍ୟାସ୍ ସୁବିଧା ସହ ସାମାଜିକ ସୁରକ୍ଷା ବୃଦ୍ଧି କରିବାକୁ ଯୋଜନା ଚଳାଇଛନ୍ତି। ୨୦୧୬ ପୂର୍ବରୁ ଏହାର ସର୍ଭେ କାମ ଶେଷ କରାବାକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଇଏସଆଇସିଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଇଏସଆଇସି ଡିଜି ଦୀପକ କୁମାର କହିଛନ୍ତି, ପୂର୍ବରୁ ୨ କୋଟି ଲୋକଙ୍କୁ ଇଏସଆଇସି ସ୍କିମରେ ସାମିଲ କରାଯାଇଛି। ଏଥିରୁ ୮ କୋଟିରୁ ଊର୍ଦ୍ଧ୍ୱ ଲୋକ ମେଡ଼ିକାଲ ସୁବିଧା ପାଇପାରୁଛନ୍ତି। ତେବେ ୨୦୧୬ ଡିସେମ୍ୱର ମଧ୍ୟରେ ୭କୋଟି ଲୋକଙ୍କୁ ଇଏସଆଇସିରେ ସାମିଲ କରାଯିବା ପରେ ୨୫ କୋଟି ଭାରତୀୟ ମାଗଣା ସ୍ୱାସ୍ଥ୍ୟସେବା ପାଇ ପାରିବେ।

ଉତ୍ତରପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହାକୁ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।