ମୋବାଇଲ ଫୋନ୍ ଉତ୍ପାଦ ଶୁଳ୍କ ବଢ଼ିଲା, ରାଷ୍ଟ୍ରପତିଙ୍କ ଦରମା ବଢ଼ିଲା, ବେତନଭୋଗୀ ଟିକସଦାତାଙ୍କୁ ରିହାତି, ଇପିଏଫ୍‌ରେ ସଂସ୍କାର; ଆଉ ସବୁ କ’ଣ ଘୋଷଣା କଲେ ଅର୍ଥମନ୍ତ୍ରୀ ପଢ଼ନ୍ତୁ

– ଭାରତ ଏବେ ବିଶ୍ୱର ଦ୍ରୁତତମ ଅର୍ଥନୀତି ପାଲଟିଛି

– ବିଗତ ବର୍ଷରୁ ଚାଲିଥିବା ଅର୍ଥନୈତିକ ସଂସ୍କାରର ଫଳ ମିଳୁଛି

– ଜିଏସ୍‌ଟି ଅଧିକ ସରଳ ହୋଇଛି, ଲୋକଙ୍କୁ ସୁଫଳ ମିଳୁଛି

– ଆମ ସରକାର ଆସିବା ପରେ ଭାରତୀୟ ଅର୍ଥନୀତି ଆଗଉଛି

– ଜିଡିପି ୬.୨ ପ୍ରତିଶତ ହୋଇଛି, ୭ରୁ ୭.୫ ପ୍ରତିଶକୁ ବଢ଼ିବା ଆଶା

– ଚଳିତ ବଜେଟରେ କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଗୁରୁତ୍ୱ ଦିଆଯାଇଛି

– ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଯୋଜନା ରହିଛି

– ଉଜ୍ଜ୍ବଳା ଯୋଜନାରେ ଲୋକଙ୍କୁ ମାଗଣା ଗ୍ୟାସ୍ ମିଳୁଛି

-୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରିବାକୁ ଲକ୍ଷ୍ୟ

– ସମସ୍ତ ଖରିଫ ଫସଲର MSP ଦେଢ଼ ଗୁଣା ହେବ

– ଚାଷୀଙ୍କୁ ଫସଲର ଉଚିତ ମୂଲ୍ୟ ମିଳିବା ସୁନିଶ୍ଚିତ ହେବ

– ସ୍କୁଲ, ହସ୍ପିଟାଲ୍, ଗାଁ ହାଟକୁ ରାସ୍ତା ନିର୍ମାଣ ସୁନିଶ୍ଚିତ ହେବ

– କୃଷି ମାର୍କଟେ, ଗାଁ ହାଟ ଉନ୍ନତି ପାଇଁ ୨ ହଜାର କୋଟି

– ୪୨ଟି ମେଗା ଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ

– ମତ୍ସ୍ୟ ଓ ପଶୁ ସଂପଦ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ

– ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ୧୨୯୦ କୋଟି ବ୍ୟବସ୍ଥା

– ମତ୍ସ୍ୟ ଓ ଆକ୍ୱାକଲଚର ପାଇଁ ୧୦ ହଜାର କୋଟିର କର୍ପସ ପାଣ୍ଠି

– ଉଜ୍ଜ୍ବଳାରେ ୮ କୋଟି ମହିଳାଙ୍କୁ ମାଗଣା ଗ୍ୟାସ୍ ମିଳିବ

– ସ୍ୱଚ୍ଛ ଭାରତ ମିଶନରେ ୬ କୋଟି ଶୌଚାଳୟ ହୋଇଛି

– ଆସନ୍ତା ବର୍ଷକ ମଧ୍ୟରେ ଆଉ ୨ କୋଟି ଶୌଚାଳୟ ଲକ୍ଷ୍ୟ

-୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ଘର ମିଳିବା ଲକ୍ଷ୍ୟ

– ଚଳିତ ବର୍ଷ ୫୧ ଲକ୍ଷ ପକ୍କା ଘର ନିର୍ମାଣ କରାଯିବା ଲକ୍ଷ୍ୟ

– ବ୍ଲାକ୍‌ବାର୍ଡରୁ ଡିଜିଟାଲ୍ ବୋର୍ଡ ଶିକ୍ଷା ବ୍ୟବସ୍ଥା ଲକ୍ଷ୍ୟ

– ଆଦିବାସୀ ପିଲାଙ୍କୁ ଉନ୍ନତ ଶିକ୍ଷା ପାଇଁ ବିଶେଷ ବ୍ୟବସ୍ଥା

– ଭଡେ଼ାଦରାରେ ରେଳବାଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ

– ୨୦୨୦ ସୁଦ୍ଧା ୫୦ ଲକ୍ଷ ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ

– ରୋହିତାଙ୍ଗ ଟନେଲ, ଯୋଜିଲା ରାସ୍ତା ସବୁଦିନିଆ ହେବ

– ଇପିଏଫ୍‌ରେ ବ୍ୟାପକ ସଂସ୍କାର ଘୋଷଣା କଲେ ଅର୍ଥମନ୍ତ୍ରୀ

– ମହିଳାଙ୍କ ଇପିଏଫ୍ ଦେୟ ୧୨ ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ

– ନୂଆ ଚାକିରିଆଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ୧୨ ପ୍ରତିଶତ ଇପିଏଫ୍ ସହାୟତା

– ରାଷ୍ଟ୍ରପତିଙ୍କ ମାସିକ ଦରମା ୫ ଲକ୍ଷ ଟଙ୍କ।କୁ ବଢ଼ିବ

– ଉପରାଷ୍ଟ୍ରପତିଙ୍କ ଦରମା ୪ ଲକ୍ଷ ଟଙ୍କ।କୁ ବଢ଼ିବ

– ରାଜ୍ୟପାଳମାନଙ୍କ ଦରମା ସାଢେ଼ ୩ ଲକ୍ଷ ଟଙ୍କ।କୁ ବଢ଼ିବ

– ସୁରକ୍ଷିତ ରେଳ ଯାତାୟତ ପାଇଁ ବଜେଟ୍ରେ ଗୁରୁତ୍ବାରୋପ

– ୩୬ ହଜାର କିଲୋମିଟର ରେଳପଥର ନବୀକରଣ ଚାଲିଛି

– ଆଉ ୨୪ଟି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେବ

– ପ୍ରତି ୩ଟି ଲୋକସଭା ଆସନ ପାଇଁ ଗୋଟିଏ ମେଡିକାଲ କଲେଜ

– ଟିବି ରୋଗୀଙ୍କ ସହାୟତା ପାଇଁ ୬୦୦ କୋଟି

– ସାଧାରଣ ଟିକସଦାତାଙ୍କ ପାଇଁ ଟିକସ ସ୍ଲାବ ଅପରିବର୍ତ୍ତିତ

– ବେତନଭୋଗୀ ଟିକସଦାତାଙ୍କ ପାଇଁ ୪୦ ହଜାର ଟଙ୍କ। ରିହାତି

– ଉଡ଼ାନ ଯୋଜନାରେ ୫୬ଟି ସହରକୁ ବିମାନ ଚଳାଚଳ ଲକ୍ଷ୍ୟ

– ୯୯ଟି ସ୍ମାର୍ଟ ସିଟିର ଉନ୍ନତି ପାଇଁ ୨.୦୪ ଲକ୍ଷ କୋଟି

– ୫ କୋଟି ଗାଁ ଲୋକଙ୍କ ସୁବିଧା ପାଇଁ ୫ ଲକ୍ଷ ୱାଇଫ।ଇ ସ୍ପଟ

– ସରକାରୀ ଉଦ୍ୟୋଗରେ ନିବେଶ ପାଇଁ ବ୍ୟବସ୍ଥା

– ୨୦୧୮-୧୯ରେ ୮୦ ହଜାର କୋଟି ନିବେଶ ଲକ୍ଷ୍ୟ

– ମୋବାଇଲ୍ ଫୋନ୍ ଦର ବୃଦ୍ଧି ନେଇ ବଜେଟ୍‌ରେ ସଂକେତ

– ମୋବାଇଲ୍ ଫୋନ୍ ଉତ୍ପାଦ ଶୁଳ୍କ ୧୫% ରୁ ୨୦%କୁ ବୃଦ୍ଧି