୨୦୨୨ ସୁଦ୍ଧା ଗରିବଙ୍କ ପାଇଁ ନିର୍ମାଣ ହେବ ୫ କୋଟି ଘର

ନୟା ରାୟପୁର: ୨୦୧୨୨ ସୁଦ୍ଧା ଦେଶରେ ଗରିବ ଲୋକଙ୍କ ପାଇଁ ୫ କୋଟି ଗୃହ ନିର୍ମାଣ କରାଯିବ। ଛତିଶଗଡ଼ର ନୟା ରାଇପୁରଠାରେ ରବିବାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥା କହିଛନ୍ତି।

ପ୍ରାଧାନମନ୍ତ୍ରୀ କହିଥିଲେ, ୨୦୨୨ ସୁଦ୍ଧା ଗରିବ ଲୋକଙ୍କୁ ୫ କୋଟି ଘର ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ।

ମୋଦି କହିଥିଲେ, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ୫କୋଟି ପରିବାରଙ୍କର ଘର ନାହିଁ। ସେମାନଙ୍କ ମଧ୍ୟରୁ ଦୁଇ କୋଟି ଲୋକ ସହରଗୁଡ଼ିକର ବସବାସ କରୁଥିବା ବେଳେ ୩ କୋଟି ଗାଁଗୁଡ଼ିକରେ ବାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଭିତ୍ତିଭୂମି ପ୍ରକଳ୍ପ ନୁହେଁ। ଗରିବ ଲୋକଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଯୋଜନା।