କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୨୧ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ଜଣେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଶଶଦାରକ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିବା ପୋଲିସ କହିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

ଜଣେ ପୋଲିସ ଅଧିକାରୀ କହିଛନ୍ତି,“ ପ୍ରଥମ ବିସ୍ଫୋରଣର ପରେ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଯେଉଁ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି ସେଠାରେ ଅନେକ ବିଦେଶୀ କାର୍ଯ୍ୟାଳୟ ରହିଛି।”

ସୂଚନାଯୋଗ୍ୟ, ଗତ ୧୫ ଦିନ ମଧ୍ୟରେ ଆଫଗାନିସ୍ତାନରେ ପ୍ରାୟ ୬ଟି ଆକ୍ରମଣ ହୋଇଛି। ଏକ ସପ୍ତାହ ପୂର୍ବରୁ କାବୁଲରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୯ ଜଣ ଆହତ ହୋଇଥିଲେ।