ଅକ୍ଟୋବର ୨୨ରେ ଓବାମାଙ୍କୁ ସାକ୍ଷାତ କରିବେ ପାକ୍ ପ୍ରଧାନମନ୍ତ୍ରୀ

ଇସଲାମବାଦ: ୪ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍। ସେ ଅକ୍ଟୋବର ୨୨ରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଓବାମାଙ୍କ ସହ ଅନେକ ବିଷୟ ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି।

ରେଡିଓ ପାକିସ୍ତାନର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ଗସ୍ତ ସମୟରେ ଆତଙ୍କବାଦ ନିରୋଧ, ଅର୍ଥନୈତିକ ପ୍ରସଙ୍ଗ ସହ ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।