ଚାକିରିର ପ୍ରଥମ ଛୁଟି ପାଲଟିଲା ଜୀବନର ଶେଷ ଛୁଟି: ୨୨ ବର୍ଷରେ ସହିଦ୍ ହୋଇଗଲେ ସେନା ଅଧିକାରୀ

ଚାକିରି ଜୀବନର ପ୍ରଥମ ଛୁଟି ପାଲଟିଲା ଜୀବନର ଶେଷ ଛୁଟି। ବିବାହ ଉତ୍ସବରେ ଯୋଗ ଦେବା ପୂର୍ବରୁ ବାହାରିଲା କୋକେଇ ଶୋଭାଯାତ୍ରା।

ସହିଦ୍ ଲେଫଟନାଣ୍ଟ ଉମ୍‌ର ଫ।ୟାଜ୍। ୨୨ ବର୍ଷିୟ ଏହି ସେନା ଅଧିକାରୀଙ୍କୁ ଅତି ବର୍ବରଚିତ ଭାବେ ହତ୍ୟା କରିଛନ୍ତି ଆତଙ୍କବାଦୀ। ଡ୍ୟୁଟିରେ ଥିବା ବେଳେ ନୁହେଁ ବଂର ଛୁଟି କାଟିବାକୁ ଘରକୁ ଆସିଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିବା ସହ ଗୁଳି କରି ହତ୍ୟା କରିଛନ୍ତି। କାଶ୍ମୀରର କୁଲଗାମ୍‌ରେ ଘଟିଛି ଏହି ଘଟଣା।

ସହିଦ୍ ସେନା ଅଧିକାରୀଙ୍କ ଘର କଶ୍ମୀରର କୁଲଗାମ୍‌ରେ। ପିଲାଟି ବେଳୁ ଖୁବ୍ ମେଧାବୀ ଫ।ୟାଜ୍। ନବୋଦୟ ବିଦ୍ୟାଳୟରେ ସ୍କୁଲ୍ ଶିକ୍ଷା ସରିବା ପରେ ସିଧା ପହଞ୍ଚିଥିଲେ ପୁଣେ ସ୍ଥିତ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ। କାରଣ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ସେ କରିଥିଲେ ପ୍ରତିଜ୍ଞା।

୧୨୯ତମ ବ୍ୟାଚ୍‌ର ଏହି କ୍ୟାଡେଟ୍ ଡିଫେନ୍ସ ଏକାଡେମୀରୁ ପାଶ୍ ହେବା ପରେ ଯୋଗ ଦେଇଥିଲେ ରାଜପୁତନା ରାଇଫଲ୍ସରେ। ଗତବର୍ଷ ଡିସେମ୍ୱର ମାସରେ ସେ ଚାକିରିରେ ଯୋଗ ଦେବା ପରେ ଏହା ଥିଲା ତାଙ୍କର ପ୍ରଥମ ଛୁଟି। ପରିବାର ସହ କିଛିଦିନ ଛୁଟି କାଟିବା ପରେ ସେ ଆସନ୍ତା ୨୫ ତାରିଖରେ ଯୋଗ ଦେଇଥାନ୍ତେ ଡ୍ୟୁଟିରେ।

ହେଲେ ତାହା ହୋଇ ନ ଥିଲା। ଆତଙ୍କବାଦୀମାନେ ପ୍ରଥମେ ତାଙ୍କୁ ଅପହରଣ କରିବା ପରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଇଜଣ ମୁଖାପିନ୍ଧା ଆତଙ୍କବାଦୀ ସେନା ଅଧିକାରୀ ଫ।ୟାଜଙ୍କ ଘରେ ପହଞ୍ଚିଥିଲେ। ରାତି ପ୍ରାୟ ୮ଟା। ଘର ଲୋକଙ୍କୁ ପୋଲିସ୍‌କୁ ନ କହିବାକୁ ଚେତାବନୀ ଦେଇ ଲେଫଟନାଣ୍ଟଙ୍କୁ ଟେକି ନେଇଥିଲେ ଆତଙ୍କବାଦୀ। ଆଉ ସେହି ରାତିରେ ହିଁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ।