ନେପାଳ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ ମୃତ, ୩୧ ଆହତ

କାଠମାଣ୍ଡୁ: ପୂର୍ବ ନେପାଳରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ସମ୍ମୁଖିନ ହେବାରୁ ୨୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ଟି ଖୋଟାଙ୍ଗରୁ ବାର୍ଖେତାରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୭ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଗୁରତର ଆଘାତ ଓ ମୃତକଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି।