ଗ୍ରୀକ୍ ଦ୍ୱୀପରେ ବୋଟ୍ ବୁଡ଼ି ୨୪ ଶରଣାର୍ଥୀଙ୍କ ମୃତ୍ୟୁ

ଏଥେନ୍ସ: ତୁର୍କୀ ନିକଟବର୍ତ୍ତୀ ତଥା ଗ୍ରୀକ୍ ଦ୍ୱୀପ ନିକଟରେ ଗୁରୁବାର ଏକ ବୋଟ ବୁଡି ଯିବାରୁ ୯ ଶିଶୁଙ୍କ ସମେତ ୨୪ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରୁ ୧୦ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ୧୧ଜଣଙ୍କ ପତ୍ତା ମିଳିନାହିଁ ବୋଲି ଗ୍ରୀସର କୋଷ୍ଟଗାର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗ୍ରୀକ୍ ଓ ତୁର୍କୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ଓ ନୌସେନାର ବୁଡାଳି ଦଳ ନିୟୋଜିତ ହୋଇଛନ୍ତି।

ମିଳିଥିବା ଖବର ମୁତାବକ ବୁଧବାର ବିଳମ୍ବିତ ରାତିରେ ବୋଟଟି ପୂର୍ବ ଏଇଗିନ ସିରେ ବୁଡିଯାଇଥିଲା। ଏଥିରେ ୪୦ରୁ ୪୫ ଜଣ ଶରଣାର୍ଥୀ ଯାତ୍ରା କରୁଥିଲେ।