କାନ୍ଥ ସାଜିଲା ମୃତ୍ୟୁର ସୌଦାଗର: ନେଇଗଲା ୨୬ ବରଯାତ୍ରୀଙ୍କ ଜୀବନ

ଭରତପୁର: ହସଖୁସିର ମାହୋଲରେ ହଠାତ ଖେଳିଗଲା ବିଷାଦର କଳାବାଦଲ। ଚାରିଆଡେ ବୁକୁ ଫଟା କାନ୍ଦ ଆଉ ଚିତ୍କାର। କେହି କିଛି ବୁଝିବା ପୂର୍ବରୁ ମୃତ୍ୟୁର ସୌଦାଗର ସାଜି ମାଡି ଆସିଲା କାଳ। ନିମିଷକରେ ନେଇଗଲା ୨୬ ଜୀବନ। ୨୮ରୁ ଅଧିକ ଲୋକଙ୍କୁ କରିଦେଲା ଘାଇଲା। ଯେଉଁମାନେ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଭରତପୁର ଜିଲ୍ଲାରେ। ଏକ ବିବାହ ଭୋଜିରେ କାନ୍ଥ ପଡି ଏହି ଦୁଃଖଦ ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ଝଡ ତୋଫାନ ସହ ବର୍ଷା ହେବାରୁ ଅନ୍ନପୂର୍ଣ୍ଣା ମଣ୍ଡପର ଏକ କାନ୍ଥ ଭୁଶୁଡି ପଡିଥିଲା। ଏହି ସମୟରେ ବରଯାତ୍ରୀମାନେ ଖାଉଥିଲେ।

ମୃତକଙ୍କ ମଧ୍ୟରେ ୧୨ଜଣ ପୁରୁଷ, ୯ ମହିଳା ଓ ୪ଜଣ ଶିଶୁ ଅଛନ୍ତି। ଅଘଟଣ ଘଟିବା ବେଳେ ହଲ୍‌ରେ ୮୦୦ରୁ ଅଧିକ ଲୋକ ଥିଲେ। କାନ୍ଥ ପଡିବା ପରେ ଜୀବନ ବଞ୍ଚାଇବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଫଳରେ ଦଳାଚକଟାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ କହିଛି।