୨୬/୧୧ ମୁମ୍ୱାଇ ଆକ୍ରମଣକୁ ପୂରିଲା ୭ ବର୍ଷ

ମୁମ୍ବାଇ: ୨୦୦୮ ନଭେମ୍ୱର ୨୬ ତାରିଖ। ୭ ବର୍ଷ ତଳେ ଠିକ୍ ଆଜିର ଦିନରେ ମୁମ୍ୱାଇରେ ଆତଙ୍କବାଦୀ ଘଟାଇଥିଲେ ନରସଂହାର। ପୋଲିସର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ। ପରେ ବଞ୍ଚି ଯାଇଥିବା ଆତଙ୍କବାଦୀ କସାବକୁ ଫ।ଶୀ ଦିଆଯାଇଥିଲା। ହେଲେ ଆଜି ବି ମନରୁ ଲିଭିନି ଦେଶ ସାମ୍ନା କରିଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ। ଆକ୍ରମଣରେ ମୃତାହତ ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଦିଆଯାଇଛି।