ସିରିଆ: ସୁରକ୍ଷା କର୍ମୀଙ୍କ ଗୁଳିରେ ୨୯ ବିଦ୍ରୋହୀ ମୃତ

ଅଲ୍ଲେପୋ: ସିରିଆର ଅଲ୍ଲେପୋ ସହରରେ ଆଜି ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ସଂଘର୍ଷ ଘଟିବାରୁ ୨୯ ଜଣ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ସେନା- ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ଫାଏଲାଗ୍‌ ଅଲ୍‌-ଶାମ୍‌ ଇଲାମିଷ୍ଟ ଦଳ ଓ ଅଲ୍-କାଏଦାର ଏକ ଆଫ୍ଲିଏଟ ଅଲ୍‌-ନୁସ୍ରା ଫ୍ରଣ୍ଟର ବିଦ୍ରୋହୀମାନେ କାଷ୍ଟ୍ରେଲୋ ରୋଡକୁ ଅକ୍ତିୟାର କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ବାଧା ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।